ଭୁବନେଶ୍ୱର : ସ୍ଥଗିତ ପରେ ଆଜିଠାରୁ ପୁଣି ଖୋଲିବାକୁ ଯାଉଛି ସୁଭଦ୍ରା ପୋର୍ଟାଲ । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ୨୧ ବର୍ଷର ମହିଳା ବର୍ଗ ଯୋଜନାରେ ସାମିଲ ପାଇଁ କରିପାରିବେ ଆବେଦନ । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ହୋଇଥିବା ଦରକାର । ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ମିଳିବ ସୁଭଦ୍ରା କିସ୍ତି । ନୂଆପଡାରେ ଆଦର୍ଶ ଆଚରଣ ବିଧି ଲାଗୁ ଯୋଗୁ ଖୋଲିବ ନାହିଁ ସୁଭଦ୍ରା ପୋର୍ଟାଲ । ରାଜ୍ୟରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିଛି । ପ୍ରତିବର୍ଷ ରାଖୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ଦୁଇଟି କିସ୍ତିରେ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ସୁଭଦ୍ରା ଯୋଜନାରେ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
Views: 72











