The Ultimate Managed Hosting Platform
ADVERTISEMENT

ଆଜିଠୁ କେଜିଏଫ୍‌-୨ ରାଜୁତି: ଓଡ଼ିଶାରେ ୭୦ଟି ସିଙ୍ଗିଲ୍‌ ଏବଂ ମଲ୍ଟି ସ୍କ୍ରିନ୍‌ରେ ରିଲିଜ୍

Facebook
Twitter
LinkedIn

ଗୁରୁବାର ମଧ୍ୟରାତ୍ରିରୁ ମୁକ୍ତିଲାଭ କରୁଛି ବହୁ ପ୍ରତୀକ୍ଷିତ କନ୍ନଡ଼ ଆକ୍ସନ୍‌ ଫିଲ୍ମ ‘କେଜିଏଫ୍‌-୨’ । ୨୦୧୮ରେ ମୁକ୍ତିପ୍ରାପ୍ତ ‘କେଜିଏଫ୍‌’ର ଏହା ସିକ୍ୱେଲ୍‌ । ଏହାର ଲିଡ୍‌ରେ ଅଛନ୍ତି ୟଶ୍‌, ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟୀ, ରବିନା ଟଣ୍ଡନ, ପ୍ରକାଶ ରାଜ । ସିନେମାଟି ବିଶ୍ୱସ୍ତରରେ ୧୦ହଜାର ସ୍କ୍ରିନ୍‌ରେ ମୁକ୍ତିଲାଭ କରୁଥିବାବେଳେ ଓଡ଼ିଶାରେ ୭୦ଟି ସିଙ୍ଗିଲ୍‌ ଏବଂ ମଲ୍ଟି ସ୍କ୍ରିନ୍‌ରେ ଚାଲିବ । ଭୁବନେଶ୍ୱରରେ ସିନେମାଟି ମହାରାଜା ସିନେମା ହଲ୍‌ରେ ୨୪ ଘଣ୍ଟା ଚାଲିବ ।

ସିନେ ଇତିହାସରେ ପ୍ରଥମ ଥର ପାଇଁ ରାତି ୨ଟା ୫୦ରେ ଶୋ’ ଆରମ୍ଭ ହେବ । ଏଥିପାଇଁ ବି ଟିକଟ ମିଳୁନାହିଁ ବୋଲି ମହାରାଜା ହଲ୍‌ ମ୍ୟାନେଜର ଲିଙ୍ଗରାଜ ପଣ୍ଡା କହିଛନ୍ତି । ଏହି ଶୋ’କୁ ମିଶାଇ ହଲ୍‌ ପକ୍ଷରୁ ୭ଟା ଶୋ’ ହେବ । ଏହାଛଡ଼ା ସିନେ ପୋଲିସ୍‌ରେ ୨୨ଟି, ଆଇନକ୍ସ ଭବାନୀ ମଲରେ ୧୪, ରିଗାଲିଆରେ ୧୬, ସିମ୍ଫୋନୀରେ ୧୩, କେଶରୀ ଟକିଜ୍‌ରେ ୬, ସ୍ତୁତି ଓ ସ୍ୱାତୀରେ ୧୦ଟି ଶୋ’ ପଡ଼ିଛି । ଯେହେତୁ ସିନେମାଟି କନ୍ନଡ଼ ସମେତ ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟଲମ୍‌ ଭାଷାରେ ହେଉଛି ତେଣୁ ବିଭିନ୍ନ ଭାଷାଭାଷୀ ଲୋକଙ୍କ ଲାଗି ସ୍ୱତନ୍ତ୍ର ଶୋ’ ହେଉଛି । ସିନେମା ଆସିବା ପୂର୍ବରୁ ଉତ୍ସାହିତ କେଜିଏଫ୍‌ ଫ୍ୟାନ୍‌ ପୂରା ସେଲିବ୍ରେସନ୍‌କୁ ଅପେକ୍ଷା କରିଥିଲାବେଳେ ଶୋ’ ରିଲିଜ୍‌କୁ ଅପେକ୍ଷା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login