The Ultimate Managed Hosting Platform
ADVERTISEMENT

ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ, ପୁରୀରେ ହିବଷ୍ୟାଳୀଙ୍କ ଭିଡ

Facebook
Twitter
LinkedIn

ପୁରୀ : ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ । ଏନେଇ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ସକାଳୁ ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସଂକଳ୍ପ କରି ବ୍ରତ ଆରମ୍ଭ କରିଛନ୍ତି ହବିଷ୍ୟାଳୀ । ଆଜି ଠାରୁ ଏକ ମାସ ପର୍ୟ୍ୟନ୍ତ ବ୍ରତ ପାଳନ କରିବେ ହବିଷ୍ୟାଳି କ୍ଷ ପୁରୀ ର ୫ ଟି ହବିଷ୍ୟାଳୀ କେନ୍ଦ୍ର ରେ ୨୫ଶହ ହବିଷ୍ୟାଳୀଙ୍କ ପାଇଁ ରହିବାର ବ୍ୟବସ୍ଥା ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହବିଷ୍ୟାଳିଙ୍କ ନିମନ୍ତେ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଆଦିର ବ୍ୟବସ୍ଥା କରାଯାଇଛି କ୍ଷ ତତସହିତ ହବିଷ୍ୟାଳୀ ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷା, ପାନୀୟ ଜଳ ଓ ସ୍ବେଚ୍ଛାସେବୀଙ୍କ ସହଯୋଗ ବ୍ୟବସ୍ଥା ମଧ୍ୟ କରାଯାଇଛି । ହବିଷ୍ୟାଳୀମାନଙ୍କ ପାଇଁ ସନ୍ଧ୍ୟାରେ ପାଲା, ଦାସ କାଠିଆ ଆଦି ପରିବେଷଣ ନେଇ ବ୍ୟବସ୍ଥା ମଧ୍ୟ କରାଯାଇଛି । ତୀର୍ଥ ପୁଷ୍କରିଣୀରେ ହବିଷ୍ୟାଳୀମାନେ ସ୍ନାନ କରିବାକୁ ଦୃଷ୍ଟିରେ ରଖାଯାଇ ସେଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। କାର୍ତ୍ତିକ ମାସରେ ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ୨୨ ପ୍ଲାଟୁନ ପୋଲିସ ଫୋର୍ସ, ୪ ଅତିରିକ୍ତ ଏସପି, ୧୫ ଡିଏସପି, ୧୫ ଇନ୍ସପେକ୍ଟର, ୬୫ ଜଣ ସବ ଇନ୍ସପେକ୍ଟର, ୧୦୦ କନଷ୍ଟେବଳଙ୍କୁ ମୁତୟନ କରାଯାଇଛି। ସେହିପରି ସିସିଟିଭିରେ ସମଗ୍ର ଅଞ୍ଚଳକୁ ନଜର ରଖାଯାଇଥିବା ବେଳେ ଏନେଇ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login