The Ultimate Managed Hosting Platform
ADVERTISEMENT

ଆଉ ୧୦ ସ୍କ୍ରବ୍ ଟାଇଫସ

Facebook
Twitter
LinkedIn

ସୁନ୍ଦରଗଡ :ସୁନ୍ଦରଗଡରେ ଆଉ ୧୦ ସ୍କ୍ରବ ଟାଇଫଓ ପଜିଟିଭ ଟାଇଫସ । ଚିହ୍ନଟ ନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲାରେ ସ୍କ୍ରବ ଟାଇଫସ ପଜିଟିଭ ସଂଖ୍ୟା ୨୨୧କୁ ବୃଦ୍ଧି । ଗତକାଲି ୫ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବାଧିକ ସୁନ୍ଦରଗଡ଼ରେ ୨୨୧ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୨୨୧ କୁ ବୃଦ୍ଧି ପାଇଛି ।ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆ ଯାଉଥିବା ନେଇ ସିଡିଏମଓ ସୂଚନା ଦେଇଛନ୍ତି । ତେବେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢାଇଛି। ଅନ୍ୟପଟେ ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଥିବା, କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି। ଆବଶ୍ୟକ ପଡ଼ିଲେ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login