ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ଟି ଜିଲ୍ଲାରେ ୩୪ଟି ନୂଆ ବିଜ୍ଞାପିକ ଅଞ୍ଚଳ ପରିଷଦ ଏବଂ ୪ଟି ଜିଲ୍ଲାର ୫ଟି ଏନଏସିକୁ ମୁନିସପାଲିଟକୁ ଉନ୍ନୀତ କରାଯିବା ବିଷୟ ଘଶାଷଣା କରିଛନ୍ତି । ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୂରଭଞ୍ଜର କରଞ୍ଜିଆ, ବଲାଙ୍ଗୀରର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି । ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ଅବସରରେ ଲୋକଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।
ସେହିପରି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ହେଲା – ଅନୁଗୋଳ ଜିଲ୍ଲାର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡା, ବଲାଙ୍ଗୀର ଜିଲ୍ଲାର ବେଲପଡା ଓ ସଂଇତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି, ରାୟଗଡ ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡାଖଣ୍ଡି, ନୟାଗଡ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ମୟୂରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ୟ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
ଆଉ ନୂଆ ୩୪ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନିଷ୍ପତ୍ତି

Facebook
Twitter
LinkedIn
Facebook
Twitter
LinkedIn
Recent News
ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି
କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...
ମହାପ୍ରସାଦ ରେଟ ଚାଟ ଲାଗିବ : ମୁଖ୍ୟ ପ୍ରଶାସକ
ପୁରୀ : ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଓ ବିକ୍ରି ଉପରେ ଆଲୋଚନା ହୋଇଛି । ଆଗକୁ ରେଟ ଚାଟ ଲାଗିବାର ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟ...
ନବ ଦାସ ହତ୍ୟାକାଣ୍ଡ : ଆଜି ସାକ୍ଷ୍ୟ ଗ୍ରହଣ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡା ଏଡିଜେ କୋର୍ଟରେ ଶୁଣାଣି ଆଜି । ଅନ୍ୟତମ ମୁଖ୍ୟ ସାକ୍ଷୀ ତକôାଳୀନ ବ୍ରଜରାଜନଗର ଆଇଆଇସିଙ୍କ...
ଟ୍ରକ ଧକ୍କାରେ ୩ ଜଣଙ୍କର ଚାଲିଗଲା ଜୀବନ
ତେଲକୋଇ : ବାଇକକୁ ଧକ୍କା ଦେଲା ଟ୍ରକ । ୩ ଜଣଙ୍କର ଚାଲିଗଲା ଜୀବନ । ଏନଏଚ ୪୯ର ଜଗମୋହନ ଛକରେ ଦୁର୍ଘଟଣା । ମୃତକମାନେ ଚାରକୋଟ...