ନୂଆଦିଲ୍ଲୀ : ଆଜି ଭାରତ ପାଇଁ ଗର୍ବର ଦିନ । ଅଳ୍ପ ସମୟ ପରେ ଇତିହାସ ରଚିବ ଇସ୍ରୋ । ଆଉ ମାତ୍ର ୨ ଘଣ୍ଟାର ଅପେକ୍ଷା । ଜହ୍ନ ରାଇଜରେ ପାଦ ଥାପିବା ପରେ ଭାରତକୁ ମିଳିବ ବଡ ସଫଳତା । ୪୦ ଦିନର ଯାତ୍ରା ପରେ ଆଜି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ମିଶନ ସଫଳ ହେଲେ ଜହ୍ନରେ ନୂଆ ଇତିହାସ ଲେଖିବ ଇସ୍ରୋ । ଆଉ କିଛି ସମୟ ପରେ ପାଦ ଥାପିବ ଇସ୍ରୋର ବହୁ ପ୍ରତିକ୍ଷୀତ ଚନ୍ଦ୍ରଯାନ-୩ । କେବଳ ସେହି ଐତିହାସିକ ମୁହୂର୍ତ୍ତକୁ ଅନାଇ ବସିଛି ସାରା ଦେଶ । ବିଶ୍ବର ବିଭିନ୍ନ ଦେଶ ବି ଭାରତର ମୁନ୍ ମିଶନ ଉପରେ ନଜର ରଖିଛନ୍ତି ।
ସନ୍ଧ୍ୟା ୫ ଟା ୪୪ରୁ ଆରମ୍ଭ ହେବ ଚନ୍ଦ୍ରଯାନର ଅବତରଣ ପ୍ରକ୍ରିୟା । ଏଥିପାଇଁ ଅଟୋମେଟିକ୍ ଲ୍ୟାଣ୍ଡିଂ ସିକ୍ବେନ୍ସ ବା ALS ପ୍ରସ୍ତୁତ ରହିଛି । ALS କମାଣ୍ଡ ପାଇବା ପରେ ଲ୍ୟାଣ୍ଡର ମଡ୍ୟୁଲର ଇଞ୍ଜିନ କାର୍ୟ୍ୟକ୍ଷମ ହେବ । ପ୍ରାୟ ୨୫ କି.ମି. ଉଚ୍ଚତାରୁ ତଳକୁ ଖସିବ ବିକ୍ରମ ଲ୍ୟାଣ୍ଡର । ସେତେବେଳେ ବେଗ ପ୍ରତି ସେକେଣ୍ଡରେ ୧.୬୮ କି.ମି ରହିବ । ଚନ୍ଦ୍ରପୃଷ୍ଠକୁ ପାଖେଇବା ବେଳକୁ ଲ୍ୟାଣ୍ଡରକୁ ଟାଣିବ ଚନ୍ଦ୍ରର ଗୁରୁତ୍ୱାକର୍ଷଣ ବଳ । ତାକୁ ପ୍ରତିହତ କରିବାକୁ ୪ଟି ଥ୍ରଷ୍ଟ ଇଞ୍ଜିନ ରେଟ୍ରୋ ଫାୟର କରିବ । ଚନ୍ଦ୍ରପୃଷ୍ଠର ୨୫ କି.ମି ଉଚ୍ଚତାରୁ ଖସି ପର୍ୟ୍ୟାୟ କ୍ରମେ ଚନ୍ଦ୍ର ପୃଷ୍ଠଠାରୁ ୧୫୦ ମିଟର ଉଚ୍ଚରେ ରହିବ । ସେତେବେଳକୁ ଭୂଲମ୍ବ ହୋଇ ସାରିଥିବ । ଲ୍ୟାଣ୍ଡର କିଛି ସମୟ ସ୍ଥିର ହୋଇ ଚନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କରିବ ।
ଆଉ କିଛି ସମୟ ପରେ ଚନ୍ଦ୍ରରେ ପାଦ ଥାପିବ ଚନ୍ଦ୍ରଯାନ-୩
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











