ନୂଆଦିଲ୍ଲୀ : ଆଇସିୟୁରେ ଥିବା ଏୟାର ହଷ୍ଟେସଙ୍କୁ ଦୁର୍ଷ୍କମ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ହରିୟାଣାର ଗୁରୁଗ୍ରାମରେ ଥିବା ଏକ ଘରୋଇ ହସ୍ପିଟାଲରୁ । ହସ୍ପଟାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ଏୟାର ହୋଷ୍ଟେସ୍ ହସ୍ପିଟାଲର ପୁରୁଷ କର୍ମଚାରୀଙ୍କ ଉପରେ ଯୌନ ନିର୍ୟାତନାର ଅଭିଯୋଗ ଆଣିଛନ୍ତି। ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ମାମଲାର ତଦନ୍ତ ଜାରି ରଖିଛି ପୋଲିସ ।ପୀଡିତା ଏୟାର ହୋଷ୍ଟେସଙ୍କ ଅଭିଯୋଗ ଅନୁଯାୟୀ, ସେ ଭେଣ୍ଟିଲେଟରରେ ଥିବା ସମୟରେ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ ତାଙ୍କ ଗୁପ୍ତାଙ୍ଗକୁ ସ୍ପର୍ଶ କରିଥିଲେ।ଏହି ମାମଲାରେ ତଦନ୍ତ ଚାଲିଛି ବୋଲି ହସ୍ପିଟାଲ ପ୍ରଶାସନ କହିଛି। ହସ୍ପିଟାଲ ପକ୍ଷରୁ ଏକ ଚିଠି ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ସେମାନେ କହିଛନ୍ତି ଯେ ପୋଲିସକୁ ପୂର୍ଣ୍ଣ ସହଯୋଗ କରାଯାଉଛି। ଏପର୍ୟ୍ୟନ୍ତ କୌଣସି ଅଭିଯୋଗ ପ୍ରମାଣିତ ହୋଇନାହିଁ। ଗୁରୁଗ୍ରାମ ପୋଲିସ କହିଛି ଯେ, ପୀଡିତାଙ୍କ ବୟାନ କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯାଇଛି। ପୋଲିସ ହସ୍ପିଟାଲର ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରୁଛି। ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରାଯିବ।
ଆଇସିୟୁରେ ଥିବା ଏୟାର ହଷ୍ଟେସଙ୍କୁ ଦୁର୍ଷ୍କମ ଅଭିଯୋଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











