ଭୁବନେଶ୍ୱର : ଆଇସିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରମୋରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ପିଣ୍ଟୁ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପିଣ୍ଟୁ ବେହେରା, ସହରରେ ବୋଧେ ସେ ଯେତେ ପରିଚିତ ନୁହଁନ୍ତି ତା’ଠୁ ଅଧିକ ଏବେ ସାରା ବିଶ୍ୱରେ। କାରଣ, ଦେହସାରା ନିଜ ଭଗବାନ ଅର୍ଥାତ୍ ବିରାଟ କୋହଲିଙ୍କ ଟାଟୁ ଆଙ୍କି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି। ଆଉ ଏବେ ସେ ବିଶ୍ୱ ଦରବାରରେ ବେଶ ପରିଚିତ । କାରଣ ସେ ଏବେ ଆଇସିସି ପ୍ରମୋରେ ସ୍ଥାନ ପାଇଛନ୍ତି । ପ୍ରମୋରେ ଛାତିରେ ଓ ପିଠିରେ ବିରାଟଙ୍କ ଟାଟୁ ଯାହା ବ୍ଲାକ୍ ସ୍ୟାଡ। ଡିଜାଇନରେ ବେଶ୍ ଚମକୁଛି। ପିଠିରେ ଥିବା ୧୮ ନମ୍ବର, ଡାହାଣ ପଟ ଛାତିରେ ଥିବା ବିରାଟଙ୍କ ଫେସ୍ ଆଉ ଏଥିରେ ଛୁଙ୍କ ଭଳି କାମ କରିଛି ବାଦ୍ଶାହ ଶାହରୁଖଙ୍କ ଭଏସ୍…ମେମୋରି ଯାହା ସବୁବେଳେ ସତେଜ, ସବୁବେଳେ ତୁମ ସହ ରହେ…ଏମିତି କିଛି କଥା ଶାହରୁଖଙ୍କ ମୁହଁରେ ବାହାରିବା ପରେ ପିଣ୍ଟୁଙ୍କ ଦେହରେ ଥିବା ବିରାଟଙ୍କ ଟାଟୁ ଅଧିକ ପ୍ରଭାବଶାଳୀ ହୋଇଛି।
ଆଇସିସିର ଏହି ପ୍ରମୋରେ ପିଣ୍ଟୁଙ୍କ ସହ ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍ ସୁଧିର ଚୌଧୁରୀ ବି ରହିଛନ୍ତି। ବିଭିନ୍ନ ଦେଶର ଖେଳାଳି, ଟିମ୍କୁ ନେଇ ଏହି ୨ ମିନିଟ୍ ୧୨ ସେକେଣ୍ଡର ବିଶ୍ୱକପ୍ କ୍ରିକେଟର ଝଲକ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହେଉଛି ବିଶ୍ୱକପ୍ କ୍ରିକେଟ। ୬ ତାରିଖରେ ପାକିସ୍ତାନକୁ ଭେଟିବ ଭାରତ।
ଆଇସିସି ପ୍ରମୋରେ ଓଡିଆ ପୁଅ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...