ଭୁବନେଶ୍ୱର : ଆଇସିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରମୋରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ପିଣ୍ଟୁ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପିଣ୍ଟୁ ବେହେରା, ସହରରେ ବୋଧେ ସେ ଯେତେ ପରିଚିତ ନୁହଁନ୍ତି ତା’ଠୁ ଅଧିକ ଏବେ ସାରା ବିଶ୍ୱରେ। କାରଣ, ଦେହସାରା ନିଜ ଭଗବାନ ଅର୍ଥାତ୍ ବିରାଟ କୋହଲିଙ୍କ ଟାଟୁ ଆଙ୍କି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି। ଆଉ ଏବେ ସେ ବିଶ୍ୱ ଦରବାରରେ ବେଶ ପରିଚିତ । କାରଣ ସେ ଏବେ ଆଇସିସି ପ୍ରମୋରେ ସ୍ଥାନ ପାଇଛନ୍ତି । ପ୍ରମୋରେ ଛାତିରେ ଓ ପିଠିରେ ବିରାଟଙ୍କ ଟାଟୁ ଯାହା ବ୍ଲାକ୍ ସ୍ୟାଡ। ଡିଜାଇନରେ ବେଶ୍ ଚମକୁଛି। ପିଠିରେ ଥିବା ୧୮ ନମ୍ବର, ଡାହାଣ ପଟ ଛାତିରେ ଥିବା ବିରାଟଙ୍କ ଫେସ୍ ଆଉ ଏଥିରେ ଛୁଙ୍କ ଭଳି କାମ କରିଛି ବାଦ୍ଶାହ ଶାହରୁଖଙ୍କ ଭଏସ୍…ମେମୋରି ଯାହା ସବୁବେଳେ ସତେଜ, ସବୁବେଳେ ତୁମ ସହ ରହେ…ଏମିତି କିଛି କଥା ଶାହରୁଖଙ୍କ ମୁହଁରେ ବାହାରିବା ପରେ ପିଣ୍ଟୁଙ୍କ ଦେହରେ ଥିବା ବିରାଟଙ୍କ ଟାଟୁ ଅଧିକ ପ୍ରଭାବଶାଳୀ ହୋଇଛି।
ଆଇସିସିର ଏହି ପ୍ରମୋରେ ପିଣ୍ଟୁଙ୍କ ସହ ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍ ସୁଧିର ଚୌଧୁରୀ ବି ରହିଛନ୍ତି। ବିଭିନ୍ନ ଦେଶର ଖେଳାଳି, ଟିମ୍କୁ ନେଇ ଏହି ୨ ମିନିଟ୍ ୧୨ ସେକେଣ୍ଡର ବିଶ୍ୱକପ୍ କ୍ରିକେଟର ଝଲକ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହେଉଛି ବିଶ୍ୱକପ୍ କ୍ରିକେଟ। ୬ ତାରିଖରେ ପାକିସ୍ତାନକୁ ଭେଟିବ ଭାରତ।
ଆଇସିସି ପ୍ରମୋରେ ଓଡିଆ ପୁଅ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











