ଅହମ୍ମଦାବାଦ : ୧୭ ବର୍ଷ ପରେ ଆଇପିଏଲରେ ଆରସିବି ଚାମ୍ପିଅନ । ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ଚମ୍ପିଆନ ହୋଇଛି ବିରାଟ କୋହଲିଙ୍କ ଦଳ ଆରସିବି । ଏହି ଦଳ ପୂର୍ବରୁ ୩ ଥର ଫାଇନାଲକୁ ଯାଇ ମଧ୍ୟ ଚମ୍ପିଆନ ହୋଇପାରିନଥିଲା । ୧୯୧ ରନର ପିଛା କରୁଥିବା ପଞ୍ଜାବ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୪ ରନ କରିପାରିଥିଲା । ଦଳ ପକ୍ଷରୁ ଶଶାଙ୍କ ସିଂ ୬୧ ରନ, ଜୋସ ଇଂଗଲିସ ୩୯ ରନ, ପ୍ରଭସିମରନ ସିଂ ୨୬ ଓ ପ୍ରିୟାଂଶ ଆର୍ୟ୍ୟା ୨୪ ରନ କରିଥିଲେ । ଭୁବନେଶ୍ବର କୁମାର ଓ କୃନାଲ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମଙ୍ଗଳବାର ଏକ ରେକର୍ଡ ସୃଷ୍ଟି କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।
Views: 66