The Ultimate Managed Hosting Platform
ADVERTISEMENT

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ; ପୂର୍ବତନ କର୍ପୋରେଟର ଓ ଛାତ୍ର ନେତା ଅଟକ

Facebook
Twitter
LinkedIn

ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା । ଜଣେ ପୂର୍ବତନ କର୍ପୋରେଟର ଓ ଛାତ୍ର ନେତା ଅଟକ । ୨ ଦିନ ହେବ ୨ ଜଣ ଆଟକ ରହିଥିବା ସୂଚନା । କିଛି ପୁରୁଣା କ୍ରିମିନାଲଙ୍କୁ ଅଟକ ରଖି ପଚରାଉଚରା । ଖୁବଶୀଘ୍ର ହତ୍ୟାକାଣ୍ଡର ହୋଇପାରେ ଖୁଲାସା । ତେବେ ଏବେ ୭ ଜଣଙ୍କୁ ଜେରା ଚାଲିଛି । ବ୍ରହ୍ମପୁର ପୋଲିସ ରିଜର୍ଭ କାର୍ୟ୍ୟାଳୟ ପରିସରରେ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ । ଏହି ୭ ଜଣଙ୍କ ଭିତରେ ଅଛନ୍ତି ବିହାରରୁ ପୋଲିସ ଉଠାଇ ଆଣିଥିବା ୩ ଅପରାଧୀଙ୍କ ସମେତ ଅନ୍ୟ ରାଜ୍ୟରୁ ଆସିଥିବା ଅଭିଯୁକ୍ତ । ଦିଲ୍ଲୀ, ପଶ୍ଚିମ ବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ କିଛି ବ୍ୟକ୍ତିଙ୍କୁ ସଂଦେହରେ ଆଣିଛି ପୋଲିସ । ଏକ ୟୁପିଆଇ ଲିଙ୍କରୁ ଧରାପଡ଼ିଛନ୍ତି ବିହାରୀ ଅଭିଯୁକ୍ତ । ହତ୍ୟାକାଣ୍ଡ ଘଟାଇବାକୁ ଆସି ଜଣେ ବିହାରୀ ତାର ଘରକୁ ଏକ ମୋବାଇଲ ରିଚାର୍ଜ ଦୋକାନରୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥଲା । ସେହି ଖିଅକୁ ଆଧାର କରି ପୋଲିସ ବିହାରରେ ପହଞ୍ଚିଥିଲା । ପୋଲିସ ଏଵେ ୭ ଜଣଙ୍କୁ ଜେରା କରି ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚିବା ପାଇଁ ଉଦ୍ୟମ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login