ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ କୋଚ୍ ଗୈାତମ ଗମ୍ଭୀରଙ୍କୁ ଆସିଲା ହତ୍ୟା ଧମକ । ଆଇଏସଆଇଏସ ପକ୍ଷରୁ ଆସିଲା ଧମକ । ଦିଲ୍ଲୀ ପୋଲିସରେ ଅଭିଯୋଗ କଲେ ଗୈାତମ ଗମ୍ଭୀର । ପରିବାରକୁ ସୁରକ୍ଷା ଦେବାକୁ ଦାବି କଲେ ଗମ୍ଭୀର । ଇ-ମେଲ ଜରିଆରେ ଗମ୍ଭୀରଙ୍କୁ ଏହି ଧମକ ଦିଆଯାଇଛି । ଯେଉଁଥିରେ ମାତ୍ର ତିନୋଟି ଶବ୍ଦ ଲେଖା ଯାଇଛି ‘I Kill You’ । ଏନେଇ ଗମ୍ଭୀର ପୋଲିସକୁ ଜଣାଇବା ସହ ଏତଲା ଦେଇଛନ୍ତି । ଅଭିଯୋଗ ପାଇବା ପରେ ଦିଲ୍ଲୀ ପୋଲିସ ଆକ୍ଟିଭ ହୋଇଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ, ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି । ସାଇବର ସେଲର ଟିମ୍ ଇ-ମେଲକୁ ଟ୍ରାକ କରିବାକୁ ଚେଷ୍ଟା କରୁଛନ୍ତି । ମେଲ୍ କେଉଁଠୁ ଆସିଛି ଓ କିଏ କରିଛି ତାହା ବର୍ତ୍ତମାନ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନି । ରାଜେନ୍ଦର ନଗର ପୋଲିସ ଷ୍ଟେସନରେ ମାମଲା ହୋଇଛି । ଗମ୍ଭୀରଙ୍କ କାର୍ୟ୍ୟାଳୟ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ବୁଧବାର ଏତଲା ଦେବା ସହ ନିଜ ପରିବାର ସୁରକ୍ଷା ବଢ଼ାଇବାକୁ ଅନୁରୋଧ କରିଛନ୍ତି ଗମ୍ଭୀର ।
ଆଇଏସଆଇଏସ ପକ୍ଷରୁ ଆସିଲା ଗମ୍ଭୀରଙ୍କୁ ହତ୍ୟା ଧମକ !

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...