ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲା ଏବଂ ଆଖପାଖ ଲୋକଙ୍କ ମଧ୍ୟରେ ଦଳାଚକଟା ସୃଷ୍ଟି ହୋଇଥିଲା। ବହୁ ଚେଷ୍ଟା ପରେ ଶେଷରେ ମାହୁନ୍ତମାନେ ହାତୀଟିକୁ ନିୟନ୍ତ୍ରଣକୁ ଆଣିଥିଲେ। କୁହାଯାଉଛି ଯେ ଯାତ୍ରା ସମୟରେ ୫-୬ଟି ହାତୀ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ। ଏଥିମଧ୍ୟରୁ ତିନୋଟି ହାତୀ ଖାଡିଆର ରାସ୍ତାରେ ଦୌଡ଼ିବାକୁ ଲାଗିଥିଲେ। ଅନ୍ୟପଟେ ଏହି ଦଳାଚକଟାରେ ତିନିରୁ ଚାରି ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ କାହାକୁ ଗୁରୁତର ଆଘାତ ଲାଗିନାହିଁ। ଏହି ଲୋକମାନେ ହାତୀ ପାଖରେ ଠିଆ ହୋଇଥିଲେ ଏବଂ ଦଳାଚକଟାରେ ପଡ଼ିଯାଇଥିଲେ। ଘଟଣାସ୍ଥଳକୁ ୧୦୮ ଆମ୍ବୁଲାନ୍ସ ଡକାଯାଇଥିଲା ଏବଂ ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା।
Views: 8