ଭୁବନେଶ୍ୱର : ଆକାଶରୁ ଅଗ୍ନି ବର୍ଷୁଛି । ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସକାଳ ସାଢ଼େ ୮ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ୱର । ସେଠାରେ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ପୁରୀରରେ ୩୨.୨, ଭୁବନେଶ୍ୱରରେ ୩୧.୬, ଝାରସୁଗୁଡ଼ାରେ ୩୧, ଚାନ୍ଦବାଲିରେ ୩୦.୮ ଓ କେନ୍ଦୁଝରରେ ପାରଦ ରହିଛି ୩୦.୪ ଡିଗ୍ରୀ ସେଲସିୟସ୍। ସେହିପରି ପାରାଦୀପରେ ୨୯.୮, ସମ୍ବଲପୁରରେ ୨୯.୨ ଓ ଗୋପାଳପୁରରେ ୨୮.୬ ଡିଗ୍ରୀ ସେଲସିୟସ୍ ରହିଛି ତାପମାତ୍ରା । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୩ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ଅଧିକ ରହିବ। ଏହି ସ୍ଥିତି ଆସନ୍ତା ୪ ଦିନ ପର୍ୟ୍ୟନ୍ତ ଲାଗି ରହିବ। ଏହା ପରେ ଅର୍ଥାତ ୧୬ ତାରିଖରୁ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରିଛି।
ତେବେ ୧୫ ତାରିଖ ଯାଏ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଆଜି ୪ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବ। ଏହାକୁ ଦୃଷ୍ଟିରେ ରଖି ଏହି ୪ ଜିଲ୍ଲା ପାଇଁ ହିଟ୍ ୱେଭ୍ ଜନିତ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ସକାଳ ୮.୩୦ ସୁଦ୍ଧା ଆଜିର ତାପମାତ୍ରା
— Meteorological Centre, Bhubaneswar (@mcbbsr) April 13, 2023
ବାଲେଶ୍ୱର: ୩୩ ଡ଼ିଗ୍ରୀ
ପୁରୀ: ୩୨.୨ ଡ଼ିଗ୍ରୀ
ଭୁବନେଶ୍ୱର: ୩୧.୬ ଡ଼ିଗ୍ରୀ
ଝାରସୁଗୁଡା: ୩୧ ଡ଼ିଗ୍ରୀ
ଚାନ୍ଦବାଲି: ୩୦.୮ ଡ଼ିଗ୍ରୀ
କେନ୍ଦୁଝର:୩୦.୪ ଡ଼ିଗ୍ରୀ
ପାରାଦୀପ: ୨୯.୮ ଡ଼ିଗ୍ରୀ
ସମ୍ବଲପୁର: ୨୯.୨ ଡ଼ିଗ୍ରୀ
ଗୋପାଳପୁର: ୨୮.୬ ଡ଼ିଗ୍ରୀ
ହୀରାକୁଦ: ୨୮ଡ଼ିଗ୍ରୀ