ଚୈାଦ୍ୱାର : ବଧି ପଡିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକଙ୍କ ମୃତ୍ୟୁ । ଯୁବକଙ୍କ ପରିଚୟ ମିଳିନି , ମାନସିକ ବିକାରଗ୍ରସ୍ତ ଥିବା ଅନୁମାନ । ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଯୁବକଙ୍କ ଦେହରେ କିପରି ନିଆଁ ଲାଗିଲା ଜଣାପଡିନି ।
ତେବେ ଘଟଣାଟି ଥିଲା ଏହିପରି ଯୁବକଙ୍କୁ ଶ୍ମଶାନ ଭିତରେ ଜୀଅନ୍ତା ଜାଳିଦେଇଛନ୍ତି ଦୁର୍ବୃତ୍ତ । ବିରାଟଗାଦି ନିକଟ ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏହି ଯୁବକଙ୍କୁ ଉଦ୍ଧାର କରାଯାଇଥିଲା ଗତକାଲି ରାତିରେ। ଗତକାଲି ରାତି ପ୍ରାୟ ୧୨ଟା ସମୟରେ କିଛି ସ୍ଥାନୀୟ ଲୋକେ ଯୁକଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେହି ସମୟରେ ଚୌଦ୍ବାର ପୋଲିସ ପାଟ୍ରୋଲିଂ କରୁଥିବାବେଳେ ତୁରନ୍ତ ଆସି ଘଟଣାସ୍ଥଳରେ ପହଁଚିଥିଲା ।
ଶ୍ମଶାନ ଭିତରେ ଯୁବକ ଜଣକ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଯାଇଥିଲା । ହେଲେ ଏସ ସି ବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଯୁବକ ଜଣକ ନିଆଳି ଗୋବିନ୍ଦପୁର ଅଞ୍ଚଳର ନିଶ୍ଚଳ ରଂଜନ ମହାପାତ୍ର ବୋଲି ଜଣାପଡିଛି। ସେ ନିଶା ସେବନ କରନ୍ତି, ଗତକାଲି ଘରେ ଥିଲେ, କିଛି ବ୍ୟକ୍ତି ତାଙ୍କୁ ଡାକି ସାଙ୍ଗରେ ନେଇଥିବା ପରିବାରବର୍ଗ କହିଛନ୍ତି।
ଘଟଣାର ସଠିକ ତଦନ୍ତ ହେଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଏପଟେ ଯୁବକଙ୍କୁ କେହି ମାରିଦେବାକୁ ଉଦ୍ୟମ କରୁଥିବା ପୋଲିସ ମଧ୍ୟ ସନ୍ଦେହ କରୁଛି। ଯୁବକଙ୍କ ଶରୀରର ଅଧିକାଂଶ ଅଂଶ ପୋଡି ଯାଇଥିବାଲା । ଏପଟେ ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଚୌଦ୍ବାର ସହରକୁ ନାକାବନ୍ଦୀ କରି ତଦନ୍ତ ଆରମ୍ଭ କରିଛି ଚୌଦ୍ୱାର ଥାନା ପୋଲିସ।
ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ଯୁବକଙ୍କ ମୃତ୍ୟୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











