The Ultimate Managed Hosting Platform
ADVERTISEMENT

OAS ସାର୍ଥକ-ସ୍ତ୍ରୀ ଅର୍ଚ୍ଚନାଙ୍କ ବିବାଦରେ ନୂଆ ଟ୍ୱିଷ୍ଟ : କହିଲେ ମୁଁ ଅତୁଲ ସୁଭାଷ ନୁହେଁ , ଶେଷ ଯାଏଁ ଲଢିବି

Facebook
Twitter
LinkedIn

ଭୁବନେଶ୍ୱର : ମହିଳା ଥାନାରୁ ବାହାରିବା ପରେ ଓଏଏସ ସାର୍ଥକ ସୈାରଭଙ୍କ ପ୍ରତିକ୍ରିୟା । ପତ୍ନୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ସାର୍ଥକ ସୈାରଭ । ମୋ ଛଡା ମାଆର କେହି ନାହାନ୍ତି । ମାଆ, ଭଉଣୀଙ୍କୁ ସପୋର୍ଟ ଦରକାର । ପତ୍ନୀ କେବେ ସପୋର୍ଟ ଦେଉ ନ ଥିଲେ ବୋଲି କହିଛନ୍ତି ସାର୍ଥକ । ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି । ଭାବିଥିଲି , ଛୁଆ ହେଲେ ସବୁ ସ୍ୱାଭାବିକ ହୋଇଯିବ । ଛୁଆ ଜନ୍ମ ବେଳେ ହସ୍ପିଟାଲରେ ୩ ଦିନ ରହି ସବୁ ସେବା କରିଛି । ତାଙ୍କ ଘର ପକ୍ଷରୁ କୈାଣସି ସହଯୋଗ ମିଳିଲାନି ।ତୁମ ଘରେ ରହିଲି ବୋଲି ଛୁଆକୁ କୁପୋ,ଣ ହେଲା କହିଲେ ପତ୍ନୀ । ମାଆ ଅସୁସ୍ଥ ହେବାରୁ ହସ୍ପିଟାଲରୁ କିଛି ସମୟ ପାଇଁ ଘରକୁ ଆସିଥିଲି ।ଫେରିବାରେ ଘଣ୍ଟାଏ ବିଳମ୍ବ ହେବାରୁ ହସ୍ପିଟାଲରେ ତୁମ୍ବିତୋଫାନ କଲେ । ଏହା ପରେ ଗତ ମେ ରେ ମୁଁ ଡିଭୋର୍ସ ଫାଇଲ କରିଛି । ଛୁଆକୁ ଏବେ ଯାଏଁ ଦେଖି ପାରିନି , ଫର୍ମାଲ ସେଟିଂରେ ଦେଖିବାକୁ ଚାହୁଁଛି । ମାଆ ଓ ଭଉଣୀଙ୍କ ନାଁରେ ପତ୍ନୀ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ମୁଁ ଅତୁଲ ସୁଭାଷ ନୁହେଁ , ଶେଷ ଯାଏଁ ଲଢିବି । କୋର୍ଟଙ୍କ ଉପରେ ଭରଷା ଅଛି , ଜଗନ୍ନାଥଙ୍କ ଉପରେ ଭରଷା ଅଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login