ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କୁ ବଡ ଝଟକା । ଅବକାରୀ ନୀତି ମାମଲାରେ ଦିଲ୍ଲୀ ଏଭିନ୍ୟୁ କୋର୍ଟ ଅରବିନ୍ଦ୍ କେଜ୍ରିୱାଲଙ୍କୁ ନୋଟିସ କରିଛି । କୋର୍ଟ ତରଫରୁ ଫେବୃଆରୀ ୧୭ ତାରିଖରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ କରାଯାଇଛି । ଇଡି ତରଫରୁ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୧୯୦ କ୍ରମରେ ଇଡି କୋର୍ଟରେ ଆବେଦନ କରିଥିଲା । କହିରଖୁ କି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେରା ପାଇଁ ଇଡି କେଜ୍ରିୱାଲଙ୍କୁ ୫ ଥର ନୋଟିସ କରିଥିଲେ ବି କେଜ୍ରିୱାଲ ଇଡିରେ ହାଜର ହୋଇ ନଥିଲେ । ଏହାପରେ ବାଧ୍ୟ ହୋଇ ଇଡି ତରଫରୁ କୋର୍ଟରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଉପରେ ଶୁଣାଣି କରି କୋର୍ଟ ଆଜି କେଜ୍ରିୱାଲଙ୍କୁ ଫେବୃଆରୀ ୧୭ ତାରିଖରେ ହାଜର ହେବାକୁ ନୋଟିସ କରିଛି ।
Views: 91