ଅଯୋଧ୍ୟା : ପ୍ରାଣ ପ୍ରତିଷ୍ଠା ଲାଗି ଉତ୍ସବମୁଖର ଅଯୋଧ୍ୟା ନଗରୀ। ରାମମନସ୍କ ଜନମାନସ, ପୁଷ୍ପରାଜିରେ ସଜିତ ସାରା ନଗରୀ। ମଙ୍ଗଳଧ୍ୱନିରେ ପ୍ରକମ୍ପିତ ହେଉଛି ଅଯୋଧ୍ୟାନଗରୀ। ୫୦ ପ୍ରକାର ବାଦ୍ୟ ଯନ୍ତ୍ରରେ ଧ୍ୱନି ଗୁଂଜରିତ ହେଉଛି।
ପ୍ରାଣପ୍ରତିଷ୍ଠା ପାଇଁ ଆକର୍ଷଣୀୟ ସଙ୍ଗୀତ କାର୍ୟ୍ୟକ୍ରମର ଆୟାଜନ କରାଯାଇଛି। ଏହି କାର୍ୟ୍ୟକ୍ରମର ନାମ ମଙ୍ଗଳ ଧ୍ବନୀ ରହିଛି। ସକାଳ ୧୦ଟାରେ ଆରମ୍ଭ ହୋଇଛି। ବିଶ୍ବର ଖ୍ୟାତନାମା କଳାକାରମାନେ ଏଥିରେ ଯୋଗଦେଇଛନ୍ତି । ୭ ଦିନ ଧରି ଚାଲିଥିବା ସ୍ବତନ୍ତ୍ର ନୀତିକାନ୍ତିର ଅବସାନ ଆଜି ଘଟିବ। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୂଜକ କହିଛନ୍ତି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଶେଷ ହେବ। ଏହା ପରେ ଭକ୍ତମାନେ ଦର୍ଶନ କରିପାରିବେ। ଗାଡ଼ି ପାର୍କିଂ ପାଇଁ ଅଯୋଧ୍ୟାରେ ମୋଟ ୪୧ଟି ସ୍ଥାନ ଚିହ୍ନଟ କରାଯାଇଛି। ସେସବୁ ସ୍ଥାନରେ ୨୨୮୨୫ଟି ଗାଡ଼ି ରହିବା ସୁବିଧା ରହିଛି।
Views: 77











