The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଅଯୋଧ୍ୟାରେ ଭୟଙ୍କର ସଡ଼କ ଦୁର୍ଘଟଣା:୩ ମୃତ ଓ ୩୦ ଆହତ

Facebook
Twitter
LinkedIn

ଅଯୋଧ୍ୟା-ଗୋରଖପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଘରୋଇ ବସ୍ ଓଭରଟେକ୍ କରୁଥିବାବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ଏହି ଦୁର୍ଘଟଣାରେ ବସ୍‌ରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୩୦ ରୁ ଅଧିକ ଆହତ ହୋଇଛନ୍ତି ।

ମଙ୍ଗଳବାର ସକାଳ ପ୍ରାୟ ସାଢେ ୭ଟା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି । ସୂଚନାନୁସାରେ, ବସ୍‌ରେ ଥିବା ଯାତ୍ରୀମାନେ ଦିଲ୍ଲୀରୁ ବସ୍ତି ଏବଂ ସିଦ୍ଧାର୍ଥ ନଗର ଯାଉଥିଲେ । ଅଯୋଧ୍ୟାର କ୍ୟାଣ୍ଟ ପୋଲିସ ଷ୍ଟେସନ ଅଧୀନରେ ଥିବା ମମତାଜ ନଗର ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ଏଥିମଧ୍ୟରୁ ପ୍ରାୟ ୧୨ଜଣଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାରମ୍ଭିକ ଚିକିତ୍ସା ପରେ ଅନ୍ୟ ଯାତ୍ରୀଙ୍କୁ ଡିସଚାର୍ଜ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ । ସଂସଦରେ ମନ୍ତ୍ରୀ ରଖିଥିବା ତଥ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନାଁ ନାହିଁ...

ADVERTISEMENT