ବସ୍ତା : ତୃଣମୂଳ ସ୍ତରରେ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣି, ସମାଧାନ କରିବା ହେଇଛି ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରର ମୂଳ ଲକ୍ଷ୍ୟ। ମାତ୍ର ବସ୍ତା ବ୍ଲକ ରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଏକ ଦିଗହରା କାର୍ୟ୍ୟକ୍ରମ ବୋଲି ସାଧାରଣରେ ଲୋକେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ସମସ୍ୟାର ଆସୁ ସମାଧାନ ପାଇଁ ସାଧରଣ ଲୋକେ ଦୂର ଦୁରାନ୍ତରୁ ଖର୍ଚ୍ଚାନ୍ତ ହୋଇ ଜନ ଶୁଣାଣି ଶିବିରକୁ ଆସୁଥିବା ବେଳେ, ଜିଲ୍ଲାପାଳ ଓ ଏସ୍ପିଙ୍କ ଅନୁପସ୍ଥିତି ଲୋକଙ୍କୁ ନିରାଶ କରୁଛି। ଏପରିକି ଅଭିଯୋଗ କରିବାକୁ ଆସି ଅଭିଯୋଗ କରିନପାରି ଲୋକେ ନିରାଶ ହୋଇ ଫେରି ଥିବା ବେଳେ, ଭଜହରି ପରିଡ଼ା ଅଭିଯୋଗ ପତ୍ର ଚିରିକରି ବିକ୍ଷୋଭବ ପ୍ରଦର୍ଶନ କରିବା ସହିତ, ଅସନ୍ତୋଷ ଜାହିର କରିଥିବା ଦେଖିବାକୁ ମିଳିଛି। ମୋଟ ୧୦୫ ଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ, ରାସ୍ତା, ଶିକ୍ଷା, ସ୍ଵାସ୍ଥ୍ୟ, ଭତ୍ତା, ପାନୀୟଜଳ, ଖାଦ୍ୟ ସୁରକ୍ଷା, ଆବାସ ଯୋଜନା ସହିତ ଅବକାରୀ, ତହସିଲ ଓ ପୋଲିସ ବିଭାଗ ସମ୍ପର୍କୀୟ ଅଭିଯୋଗ ହୋଇଥିଲା। ତେବେ ଜିଲ୍ଲାପାଳଙ୍କ ପରିବର୍ତ୍ତେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଏବଂ ଏସପିଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ପ୍ରଧାନ ଯୋଗଦେଇ ଥିବା ବେଳେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଲାଲ ସେଣ ଜଗଦେବ ବସ୍ତା ବିଡ଼ିଓ ମୋହିନୀ କୁମାର ନାୟକ, ତହସିଲ ଦାର୍ ରାଧା ରଞ୍ଜନ ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଜଳି ଦାସ, ଉପାଧ୍ୟକ୍ଷ ଦିଲ୍ଲୀପ ଦାସ ମହାପାତ୍ର ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ଅଧିକାରୀ ଉପସ୍ଥିତ ରହି ଜନ ଶୁଣାଣି ଶିବିର ଆରମ୍ଭ ପୂର୍ବରୁ ଦୁର୍ନୀତି କରିବେ ନାହିଁ ଶପଥ ପାଠ କରିଥିଲେ।।ତେବେ ଶିବିର ବିଳମ୍ୱ ରେ ଆରମ୍ଭ ହୋଇ ଶୀଘ୍ର ସାରି ଦିଆଯାଇଥିବାରୁ ଲୋକେ ଅଭିଯୋଗ ଦେଇ ନପାରି ନିରାଶ ହୋଇ ଫେରିବା , ଅଭିଯୋଗ ଶୁଣାଣି ଶିବିର ପ୍ରହସନ ପାଲଟିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଅତିରିକ୍ତ ଜିଲ୍ଲା ପାଳ ସୁଧାକର ନାୟକ ଅଭିଯୋଗ କୁ ଭିତ୍ତିହୀନ କହିବା ସହିତ ଅସ୍ବୀକାର କରିଛନ୍ତି।
ଅଭିଯୋଗ ଶୁଣାଣି ଶିବିର ଭେଳିକି, ଅଭିଯୋଗ ପତ୍ର ଚିରି ଦେଲେ ଅଭିଯୋଗକାରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











