The Ultimate Managed Hosting Platform
ADVERTISEMENT

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଜେରା

Facebook
Twitter
LinkedIn

ମୁମ୍ବାଇ : ସିନେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ସାଢେ ୪ ଘଣ୍ଟା ଜେରା । ୬୦ କୋଟି ଟଙ୍କା ଠକେଇ ମାମଲାରେ ଜେରା କଲା ମୁମ୍ବାଇ ପୋଲିସ । ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଜେରା । ଆଜି ପର୍ଯ୍ୟନ୍ତ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମେତ ୫ ଜଣଙ୍କ ବୟାନ ରେକର୍ଡ । ଠକେଇ କରିଥିବା ସଂସ୍ଥାର ନିଦେ୍ର୍ଦଶକ ଥିଲେ ଉଭୟ ଶିଳ୍ପା ଓ କୁନ୍ଦ୍ରା । ଠକେଇ ନେଇ ଜୁହୁ ଥାନାରେ ବ୍ୟବସାୟୀ ଦୀପକ କୋଠାରୀଙ୍କ ଅଭିଯୋଗ । ଖବର ମୁତାବକ, ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପୁଲିସକୁ ଦେଇଥିବା ତାଙ୍କ ବୟାନରେ କହିଛନ୍ତି ଯେ, ଠକେଇ ଅଭିଯୋଗକାରୀ ଦୀପକ କୋଠାରୀଙ୍କ ମାଲିକାନାରେ ଥିବା ଏକ ଏନବିଏଫସିରୁ ୬୦ କୋଟି ଋଣ ନିଆଯାଇଥିଲା । ଏହି ଋଣକୁ ପରେ କୋଠାରୀଙ୍କ କମ୍ପାନୀରେ ଇକ୍ୱିଟିରେ ରୂପାନ୍ତରିତ କରାଯାଇଥିଲା । ଏହି ପରିମାଣର ୨୦ କୋଟି ସେଲିବ୍ରିଟି ପ୍ରମୋସନ, ପ୍ରସାରଣ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବାବଦରେ ହୋଇଥିଲା । ବିପାଶା ବାସୁ ଏବଂ ନେହା ଧୂପିଆଙ୍କୁ ଏହି କାମ ପାଇଁ ଟଙ୍କା ଦିଆଯାଇଥିଲା । ରାଜ ପୋଲିସକୁ ପ୍ରମୋସନର ଫଟୋ ମଧ୍ୟ ଦେଇଛନ୍ତି । ଅନେକ କାଗଜପତ୍ର ପ୍ରଦାନ କରିଥିଲେ, ଯାହାର ଯାଞ୍ଚ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login