ନୂଆଦିଲ୍ଲୀ: ଜଣାଶୁଣା ଗାୟିକା ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କ ଆତ୍ମହତ୍ୟା । ପୋଲିସ ଅଭିନେତ୍ରୀଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । କାହିଁକି ଅଭିନେତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେ ନେଇ କିଛି ଜଣା ପଡ଼ି ନଥିଲାବେଳେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ମଲ୍ଲିକାଙ୍କ ଆତ୍ମହତ୍ୟା ଖବରକୁ ତାଙ୍କ ଆତ୍ମୀୟସ୍ବଜନ ଏବଂ ପ୍ରଶଂସକ ସହଜରେ ଗ୍ରହଣ କରିପାରୁନାହାନ୍ତି । ମଲ୍ଲୀକା ରାଜନୀତିରେ ମଧ୍ୟ ଜଡ଼ିତ ଥିଲେ । ସେ ବିଜେପିରେ ଯୋଗ ଦେଇଥିଲେ । କୁହାଯାଉଛି ଯେ, ତାଙ୍କ ପରିବାର ସହ କିଛି ବିବାଦ ଥିଲା । ଏଥିରେ ପୋଲିସ ମଧ୍ୟ ହସ୍ତକ୍ଷେପ କରି ମାମଲା ସମାଧାନ କରିଥିଲା । ଏହା ପରେ ତାଙ୍କର ଆତ୍ମହତ୍ୟା ପରି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି । ମଲ୍ଲିକା କଙ୍ଗନା ରାନାଓ୍ବତଙ୍କ ସହ କାମ କରିଛନ୍ତି । କଙ୍ଗନାଙ୍କ ଫିଲ୍ମ ‘ରିଭଲଭର୍ ରାନୀ’ରେ କାମ କରିଥିଲେ । ତାଙ୍କୁ କଣ୍ଠଶିଳ୍ପୀ ଶାନଙ୍କ ମ୍ୟୁଜିକ ଆଲବମରେ ମଧ୍ୟ ଦେଖିବାକୁ ମିଳିଥିଲା । ସେ ବିଭିନ୍ନ ସିରିଜ, ଶୋ’ ଏବଂ ଆଲବମରେ ମଧ୍ୟ କାମ କରିଛନ୍ତି ।
ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କ ଆତ୍ମହତ୍ୟା

Facebook
Twitter
LinkedIn
Facebook
Twitter
LinkedIn
Recent News
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...
MKCGରେ ଇଣ୍ଟର ମିଟ୍ ; ୩ ଛାତ୍ର ଆହତ
ବ୍ରହ୍ମପୁର : ଏମକେସିଜିରେ ଇଣ୍ଟର ମେଡିକାଲ ମିଟ ବେଳେ ୩ ଛାତ୍ର ଆହତ । କଟକ ଏସସିବିର ୩ ଛାତ୍ର ଉତ୍ସବ ପାଳନ ବେଳେ ଆହତ ।...