ଭୁବନେଶ୍ୱର : ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ନବୀନ ପଟ୍ଟନାୟକ । ବାବୁସାନଙ୍କ ସହ ଭିଡିଓ କଲ୍ ରେ କଥା ହେବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବାପା ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି ବାବୁସାନ । ସେହିପରି ଅଭିନେତା ଅନୁଭବ ମହାନ୍ତି ମଧ୍ୟ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ପହଞ୍ଚି ଉତ୍ତମ ମହାନ୍ତିଙ୍କୁ ଭେଟିଛନ୍ତି । ଏଥିସହିତ ବାବୁସାନଙ୍କ ସହ କଥା ହୋଇଛନ୍ତି । ସୂଚନା ଅନୁସାରେ ଉତ୍ତମ ମହାନ୍ତି ଲିଭର ସିରୋସିସରେ ପୀଡ଼ିତ ହୋଇ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଲିଫଟ କରାଯାଇଛି । ଏୟାରଲିଫ୍ଟ ପାଇଁ ଘରୋଇ ହସ୍ପିଟାଲ ପକ୍ଷରୁ ସମସ୍ତ ସହାୟତା କରାଯାଇଥିଲା ।
Views: 30