କଣ୍ଟାମାଳ : ଦବଲା ଗାଁରେ ଗଣ୍ଡଗୋଳ ଘଟଣାରେ ଜଣଙ୍କର ମୃତ୍ୟୁ । ମୃତକ ମନମୁଣ୍ଡା ଥାନା ମନୋହରପୁର ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ଜ୍ୱାଇଁଙ୍କୁ ଅପହରଣ ସହ ୧ ଲକ୍ଷ ମୁଣ୍ଡ ଜାମିନ ଥିବା ଫୋନରେ ଖବର ପାଇଥିଲେ । ଟଙ୍କା ନେଇ ସ୍କୁଲ ପାଖରେ ପହଁଚିଥିଲେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ତାଙ୍କ ଭାଇ । ଟଙ୍କା ନେଇ ଜ୍ୱାଇଁଙ୍କୁ ନ ଛାଡିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଖବର ପାଇ ଘଟଣାସ୍ଥଳକୁ ଯାଇଥିବା ଏଏସଆଇଙ୍କୁ ବି ମାଡ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଜ୍ୱାଇଁଙ୍କ ପତ୍ତା ମିଳି ନ ଥିବାରୁ ଥାନାରେ ପରିବାର ଲୋକଙ୍କ ଏତଲା ।
Views: 92











