ଭୁବନେଶ୍ୱର : ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ । ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଭାଷଣ ଦେଲା ବେଳେ ହୋଇଗଲା ଅନ୍ଧାର । ଏମଏସସିବିୟୁ ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି । ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ବିଜୁଳି ଚାଲିଗଲା । ପୋଡିୟମରେ ଦଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ପୋଡିୟମର ଝାପସା ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ସାରା ହଲ୍ ଅନ୍ଧାରରେ ଥିବା ବେଳେ ଭାଷଣ ଦେଲେ । ହଲରେ ପୂରା କିଟିକିଟି ଅନ୍ଧାରରେ ବସିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ୱାରା ବିଜୁଳି ପୁନର୍ବାହାଲ ।
ଅନ୍ଧାରରେ ଭାଷଣ ଦେଲା ବେଳେ ଅସନ୍ତୋଷ ବ୍ୟକ୍ତ କଲେ ରାଷ୍ଟ୍ରପତି । ଭାଷଣ ଛଳରେ ନିଜ ଅସନ୍ତୋଷ ବ୍ୟକ୍ତ କଲେ ରାଷ୍ଟ୍ରପତି । ସୁନ୍ଦର ଯେତିକି , ଅନ୍ଧାର ସେତିକି ..ପଂକ୍ତି ଉଚାରଣ ଲେ ରାଷ୍ଟ୍ରପତି । ଆଜି ଆମେ ଅନ୍ଧାରରେ ବସିଛୁ ବୋଲି କହିଲେ ରାଷ୍ଟ୍ରପତି ।
ରାଷ୍ଟ୍ରପତିଙ୍କ ଭାଷଣ ବେଳେ ୯ ମିନିଟ ଅନ୍ଧାର ମାନିଲା ବିଭାଗ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ମାନିଲା ୯ ମିନିଟ ଅନ୍ଧାର । ଦିନ ୧୧ଟା ୫୬ରୁ ୧୨ଟା୫ ପର୍ଯ୍ୟନ୍ତ ବିଜୁଳି ନ ଥିବା ମାନିଲା । ବିଜୁଳି ନ ଥିବାରୁ ସାରା ଅଡିଟୋରିୟମ ଅନ୍ଧାର ଥିବା କହିଲା । ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଖିଃତ କହିଲା ଆଇଆଣ୍ଡପିଆର ବିଭାଗ ।
ରଷ୍ଟ୍ରପତିଙ୍କ ଭାଷଣ ବେଳେ ଅନ୍ଧାର ଯୋଗୁଁ କେହି ବି ଦିଶିଲେନି । ବିଜୁଳି ଚାଲିଯିବା ଯୋଗୁଁ ହଲରେ ଉପସ୍ଥିତ କେହି ବି ଦିଶିଲେନି । କେବଳ ପୋଡିୟମ ଝାପସା ଆଲୁଅରେ ଟିକେ ଟିକେ ଦିଶିଲେ ରାଷ୍ଟ୍ରପତି । ଏପରିକି ପାଖରେ ଥିବା ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ , ଅଙ୍ଗରକ୍ଷୀ ବି ଦିଶିଲେନି ।
ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି

Facebook
Twitter
LinkedIn
Facebook
Twitter
LinkedIn
Related Posts
Recent News
ପାରା ପାଇଁ ମରଣାନ୍ତକ ଆକ୍ରମଣ
ପୁରୀ : ପାରା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ବାଲିସାହି ସ୍ଥିତ ବାପୁଜୀ କ୍ଲବ ନିକଟରେ ଅଭାବନୀୟ ଘଟଣା । ପୋଷା ପାରାକୁ ତାଙ୍କ ପଡୋଶୀ...
ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ
ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !
ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ; ୪ ମୃତ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଧରାଲି ଗାଁ । କ୍ଷୀର ଗଙ୍ଗା ନଦୀର ଉପର...