ଧର୍ମଶାଳା(ସେକ ଆଲ୍ଲାଉଦ୍ଦୀନ) : ସ୍ୱାଧୀନତାର ଏତେ ବର୍ଷ ବିତି ଯାଇଥିଲେ ବି ଆଜି ବି ଲୋକେ ଅନ୍ଧବିଶ୍ୱାସ ଭଳି ଘଟଣାକୁ ପ୍ରାଧାନ୍ୟ ଦେଉଛନ୍ତି । ଦେହ ଖରାପ ହେଲେ ବା କୈାଣସି ରୋଗରେ ପଡିଲେ ଲୋକମାନେ ଡାକ୍ତରଖାନା ଯିବା ପରିବର୍ତ୍ତେ ଝଡାଫୁଙ୍କାରେ ବିଶ୍ୱାସ କରୁଛନ୍ତି । ଆଜି ବି କିଛି ଅଞ୍ଚଳରେ ଠାକୁରାଣୀ ଲାଗୁଛନ୍ତି କହି ( ମାଙ୍କ ଆର୍ବିଭାବ ବା ପ୍ରବେଶ) ଝଡା ଫୁଙ୍କା ମାଧ୍ୟମରେ ରୋଗ ଭଲ କରୁଛନ୍ତି । ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ଲୋକମାନେ ସେହି ଅନ୍ଧବିଶ୍ୱାସକୁ ଜାବୁଡି ଧରୁଛନ୍ତି । ତେବେ ଝଡା ଫୁଙ୍କା ମାଧ୍ୟମରେ କେଉଁ କେଉଁ ସ୍ଥାନରେ ପ୍ରଚୁର ଅର୍ଥ ନେଉଛନ୍ତି ତ ଅନ୍ୟ କେଉଁଠି ଅତ୍ୟାଚାର କରୁଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସୁଛି ଯାଜପୁର ଧର୍ମଶାଳାରୁ । ଯେଉଁଠି ଝଡା ଫୁଙ୍କା ମାଧ୍ୟମରେ ରୋଗ ଭଲ କରିବାକୁ ଯାଇ ଜଣେ ନାବାଳିକାଙ୍କୁ ପ୍ରବଳ ମାଡ ମାରିଛନ୍ତି ଜଣେ ଠାକୁରାଣୀ ।
ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁପୂରଗଡ଼ ପଂଚାୟତ ପନ୍ତୁରି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନାବାଳିକାକୁ ଉଲଗ୍ନ କରି ପିଟିଲେ ମହିଳା ପୂଜକ । ଠାକୁରାଣୀ ଲାଗିବା ନାଁରେ ଜଣେ ମହିଳା ପୂଜକ ନାବାଳିକାକୁ ଉଲଗ୍ନ କରି ମାଡ଼ ମାରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସମାଜରେ ଅନ୍ଧବିଶ୍ଵାସର ବଶବର୍ତ୍ତୀ ମଣିଷ କିପରି ବର୍ବରତାର ସୀମା ଲଂଘୁଛି ତାର ଜ୍ୱଳନ୍ତ ପ୍ରମାଣ ହେଉଛି ଏହି ଘଟଣା।
ତେବେ ରୋଗରେ ନାବାଳିକା ଜଣଙ୍କର ଦେହ ଖରାପ ଥିବାରୁ ତାକୁ ମେଡ଼ିକାଲ ନେବା ପରିବତ୍ତେ୪ର୍ ପରିବାର ଲୋକେ ସ୍ଥାନୀୟ ମଣି ତାରିଣୀ ଠାକୁରାଣୀଙ୍କ ପାଖକୁ ନେଇଥିଲେ । ସେଠାରେ ଝଡ଼ାଫୁଙ୍କା କରି ରୋଗ ଭଲ କରିବାକୁ । ତେବେ ପନ୍ତୁରୀ ଗ୍ରାମରେ ଆଜିକୁ ଦାର୍ଘ ବର୍ଷ ଧରି ମଣି ତାରିଣୀ ନାମରେ ଏକ ଭଙ୍ଗା ଘରେ ପୂଜା ପାଠ ଓ ହୁକୁମ ଦେଇଥିବା ମହିଳା ସୁକାନ୍ତିଙ୍କ ଦେହରେ ଠାକୁରାଣୀ ଆସିବା ପରେ ନାବାଳିକୀଙ୍କୁ ଉଲଗ୍ନ କରି ଗାଁ ରାସ୍ତାରେ ନିର୍ମମ ଭାବେ ପିଟି ଚାଲିଥିଲେ । ଝିଅଟିର ପାର୍ଟିରେ ବେତ ବାଡି ପୂରାଇବା ଭଳି ଅମାନୁଷିକ କାର୍ୟ୍ୟ କରିବାକୁ ପଛାଇ ନଥିଲେ। ନାବାଳିକର ଅବସ୍ଥା ଗୁରୂତର ହେବାରୁ ତାଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ସେଠାରେ ଡାକ୍ତର ତାକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣା ପଡିଛି। ଏହାକୁ ନେଇ ଗାଁ ରେପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଜେନାପୁର ଥାନା ଅଧିକାରୀ ନିରୂପମା ଜେନା ଘଟଣା ସ୍ଥଳରେ ପହଞ୍ଚି କାଳିସୀ ହୋଇଥିବା ତୁଳସୀ ମହାନ୍ତଙ୍କ ସହିତ ଦୁଇ ଜଣ ଙ୍କୁଅ ଟକ ରଖି ପଚରାଉଚରା ଚଳାଇଛନ୍ତି । ଗ୍ରାମର ସୁବାସ ଦେହୁରୀ ଓ ପତ୍ନୀ ଗେଡି ଦେହୁରୀ ଏହି ମନ୍ଦିର ପୂଜକ ଭାବେ କାର୍ୟ୍ୟ କରୁଥିବା ବେଳେ ରସୁଲପୁର ବ୍ଲକ ଅଞ୍ଚଳର ଜଣେ ମହିଳା ଏଠାରେ କାଳିସୀ ସାଜି ଲୋକଙ୍କୁ ହୁକୁମ ଦିଅନ୍ତି ବୋଲି ଜଣା ପଡିଛି ।
ଅନ୍ଧବିଶ୍ୱାସ ; ଝଡାଫୁଙ୍କା ନାମର୍ ନାବାଳିକାକୁ ଉଲଗ୍ନ କରି ପିଟିଲେ ମହିଳା ପୂଜକ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











