କଟକ : ସାଂସଦ ଅନୁଭବ ମହାନ୍ତି-ବର୍ଷା ବିବାହ ଉଚ୍ଛେଦ ମାମଲା । ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ପରିବାର ଅଦାଲତ ରାୟକୁ ମଧ୍ୟ ହାଇକୋର୍ଟଙ୍କ ଖାରଜ । ପୂର୍ବରୁ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ ।
ସୂଚନାଯୋଗ୍ୟ, ବର୍ଷାଙ୍କ ପକ୍ଷରୁ ପତି-ପତ୍ନୀ ହୋଇ ଏକତ୍ର ରହିବା ପାଇଁ ପରିବାର ଅଦାଲତରେ ହୋଇଥିବା ଆବେଦନ ମଧ୍ୟ ଖାରଜ ହୋଇଯାଇଥିଲା। ଗତ ଜୁଲାଇ ୧୩ରେ ଛାଡ଼ପତ୍ର ମାମଲାର ଶୁଣାଣି ୩ମାସ ମଧ୍ୟରେ ଶେଷ କରିବା ପାଇଁ ପରିବାର ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପରିବାର ଅଦାଲତ ଗତ ସେପ୍ଟେମ୍ବର ୨୨ରେ ରାୟ ଦେଇ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଛାଡ଼ପତ୍ର ପାଇଁ ଆବେଦନ କରିବା ସହ ଯେଉଁ କାରଣ ଦର୍ଶାଇ କଟକ ପରିବାର ଅଦାଲତ ଏହାକୁ ଖାରଜ କରିଛନ୍ତି, ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅନୁଭବ ଦର୍ଶାଇ ଏହି ମାମଲା ରୁଜୁ କରିଥିଲେ। ଯାହାର ରାୟ ଆଜି ପ୍ରକାଶ କରି ହାଇକୋର୍ଟ ବିବାହ ବିଚ୍ଛେଦକୁ ଅନୁମତି ପ୍ରଦାନ କରିଛନ୍ତି।
ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ –ମନମୋହନ
ଭୁବନେଶ୍ୱର : କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡିଶାରେ କଂଗ୍ରେସର କୈାଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି...
ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...
ରାହୁଲ ଅବାନ୍ତର କଥା କହୁଛନ୍ତି -ଆଇନମନ୍ତ୍ରୀ
ଭୁବନେଶ୍ୱର : ରାହୁଲଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା । ଅଦାନୀଙ୍କ...
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...