ନବରଙ୍ଗପୁର : ଅଧା କାମ ହୋଇ ବନ୍ଦ ପଡିଛି ବ୍ରିଜ ନିର୍ମାଣ କାମ । ନବରଙ୍ଗପୁର ଜିଲ୍ଲା ତେନ୍ତୁଲ୍ଲୀଖୁଣ୍ଟି ବ୍ଲକ ଅଞ୍ଚଳ ଗୁମା ପଞ୍ଚାୟତରେ ବ୍ରିଜ କାମ ନିର୍ମାଣ ଠପ! ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଏବଂ ମନମାନି ଯୋଗୁଁ ପଞ୍ଚାୟତ ସମତେ ଆଖ ପାଖ ଗ୍ରାମର ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି ! ଆମ୍ବୁଲାନସ, ଏଟିଏମ ଯାନ, ଯାତ୍ରୀବାହି ବସ ଏବଂ ଅନେକ ଜରୁରୀ କାଳୀନ ଯାନ ବାହାନ ଯାତାୟତରେ ବାଧା ପ୍ରାପ୍ତ ହେଉଛି । ବ୍ରିଜର ଅଧା ଭାଗ ଭୁଶୁଡି ପଡି ଦବି ଯାଇଛି! ଏମିତିରେ ଏକ ମାତ୍ର ରାସ୍ତା ଯାହା ଜିଲ୍ଲା ମୁଖ୍ୟ ରାସ୍ତାକୁ ସଂଯୋଗ କରୁଛି! ସବୁଠୁ ବଡ଼କଥା ଏତେ ଦିନ ହେବାପରେ ମଧ୍ୟ ପ୍ରଶାସନ କିମ୍ୱା ଠିକା କର୍ମଚାରୀ ତତ୍ପରତା ଦେଖାଉନାହାନ୍ତି! ତୋବୋ ସରକାର ଦୃଷ୍ଟି ଆକର୍ଷଣ କରି ଜରୁରୀ କାଳୀନ ଭିତ୍ତିରେ କାର୍ୟ୍ୟ କରି ବ୍ରିଜ ନିର୍ମାଣ କରନ୍ତୁ ।
Views: 81