ପୁରୀ : ବ୍ରତଘର ମଣ୍ଡପରେ କଳାକନା ବୁଲାଇଲା ଦୁର୍ବୁତ୍ତ । ପୁରୀ ମୋଚି ସାହିରେ ଏକ ମଣ୍ଡପରୁ ଖାମ୍ ଓ ଅଳଙ୍କାର ଚୋରି । ପ୍ରାୟ ୨ ଲକ୍ଷ ଟଙ୍କା, ୫ ଭରି ସୁନା ଅଳଙ୍କାର ଚୋରି ଅଭିଯୋଗ । ଘଟଣାସ୍ଥଳରେ ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ । ସୂଚନା ଅନୁସାରେ ପୁରୀ ମୋଚିସାହି ଛକର ଆଇନଜୀବୀ ସ୍ମୃତିରଞ୍ଜନ ପତିଙ୍କ ପୁଅ ବ୍ରତଘର ଚାଲିଥିଲା । ସମସ୍ତେ ମଜା ମସ୍ତି ସହ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ । ଏହାର ସୁଯୋଗ ନେଇ ସୁନା ଅଳଙ୍କାର ଓ ଟଙ୍କା ଖାମ୍ ଧରି ପଳାଇଛି ଚୋର। ଫଟୋ ଉଠାଉଥିବା କ୍ୟାମେରାରେ ଚୋରର ଭିଜୁଆଲ ରେକର୍ଡ ହୋଇଛି । ପ୍ରାୟ ୨ଲକ୍ଷ ଟଙ୍କା ସହ ୫ଭରି ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି ସ୍ମୃତିରଞ୍ଜନ । ଭିଡିଓ ଫୁଟେଜକୁ ଆଧାର କରି ତଦନ୍ତ କରୁଛି ପୋଲିସ ।
Views: 21