The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଅଠରନଳାରେ ଫାଟ, ରିଟେନିଂ ୱାଲ ଅବସ୍ଥା ଆହୁରି ଖରାପ

Facebook
Twitter
LinkedIn

ପୁରୀ : ଅଠରନଳାରେ ଫାଟ । ଓଲଟା ପାହାଚ ସଦୃଶ ଖଞ୍ଜା ଯାଇଥିବା ପଥରରେ ଫାଟ ଦେଖିବାକୁ ମିଳିଛି । ଲହଡ଼ି ମୁଦ ଦିଆଯାଇଥିବା କିଛି ସ୍ଥାନ ମଧ୍ୟ ଖାଇଗଲାଣି । ଭୁବନେଶ୍ୱର ପଟୁ ଆସିଲେ ୮ ନମ୍ବର ଓ ୬ ନମ୍ବର ନଳାରେ ଫାଟ ଦୃଶ୍ୟମାନ ହେଉଛି । ଏହା ସହ ଅଠରନଳାର ରିଟେନିଂ ୱାଲ ଅବସ୍ଥା ଆହୁରି ଖରାପ । ରିଟେନିଂ କାନ୍ଥକୁ ଧରି ରଖିଥିବା ସ୍ତମ୍ଭକୁ ଓସ୍ତଗଛ ଫଟେଇ ସାରିଲାଣି । କାନ୍ଥ ଝୁଲନ୍ତା ଅବସ୍ଥାରେ ରହିଥିବାରୁ ବଡ଼ ପବନର ଝଟକାରେ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି । ୨୦୧୫ ନବକଳେବର ସମୟରୁ ୨୦୨୦ ମସିହା ଭିତରେ ୫ କୋଟି ଟଙ୍କା ବ୍ୟୟରେ ସୌନ୍ଦର୍ୟ୍ୟକରଣ କରାଯାଇଥିଲା । ହେଲେ ବାହାର ପଟକୁ ଥିବା ଦୁଇଟି ପଥରରେ ଏବେ ଜଳଜଳ ହୋଇ ଫାଟ ଦେଖାଦେଉଛି । କେଶରୀ ବଂଶ ସମ୍ରାଟ ମତ୍ସ୍ୟକେଶରୀ ଅଠରନଳା ନିର୍ମାଣ କରାଇଥିବା ଇତିହାସ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login