
ବୌଦ୍ଧ: ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବଙ୍କାପଡ଼ା ଗ୍ରାମ ଆମ୍ବବୁରୀ ନିକଟରେ । ସେଠାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ତାଙ୍କୁ କେହି ହତ୍ୟା କରି ସେଠାରେ ଫୋପାଡିଦେଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ , ବଙ୍କାପଡ଼ା ଗ୍ରାମର କିଛି ଲୋକେ ନଦୀରୁ ଗାଧୋଇ ଫେରୁଥିବା ସମୟରେ ଆମ୍ବବୁରି ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ବୌଦ୍ଧ ପୋଲିସକୁ ଖବର ଦେଇଥିଲେ ଲୋକେ । ଖବର ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ପୋଲିସ ସେହି ମୃତଦେହ ନିକଟରୁ ଏକ ମୋବାଇଲ ଫୋନ୍ ପାଇଛି । ମୋବାଇଲ ଫୋନ୍ କଲ୍ ମାଧ୍ୟମରେ ମୃତକଙ୍କ ପରିଚୟ ପାଇ ପାରିଛି ପୋଲିସ । ଏହି ମୃତ ବ୍ୟକ୍ତି ଜଣଙ୍କ ମନମୁଣ୍ଡା ଥାନା ଅନ୍ତର୍ଗତ ରାକସକୋଟି ଗ୍ରାମର ସାରଥୀ ଗୁନା ବୋଲି ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ତଦନ୍ତ କରାଯାଉଛି ତଦନ୍ତ କଲେ ଘଟଣାର ସତ୍ୟତା ଜଣାପଡିବ ବୋଲି ବୌଦ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।