କାମାକ୍ଷାନଗର : ଅଜଣା ଗାଡି ଧକ୍କାରେ ୧୬ ଗୋରୁ ମୃତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଏନଏଚ ୫୩ ବାରିହାପୁର ଛକ ନିକଟରେ ଦୁର୍ଘଟଣା । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁରଠାରେ ରାଜପଥ ଉପରେ ଅନେକ ଗାଇ ଶୋଇରହିଥିଲେ । କିନ୍ତୁ ଏକ ଦ୍ରୁତଗାମୀ ଅଜଣାଗାଡି ସେଠାରେ ଶୋଇରହିଥିବା ୧୬ଟି ଗାଇଙ୍କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢିଯାଇଛି । ଫଳରେ ଘଟମାସ୍ଥଳରେ ୧୬ଟି ଗାଇଙ୍କର ମୃତ୍ୟୁ ହୋଇଥିଲା । ୨ଟି ଗାଇ ଗୁରୁତର ଅଛନ୍ତି । ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉତ୍ତ୍ୟକ୍ତ ଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଗୋରୁଗୁଡିକୁ ରାଜପଥରୁ ହଟାଇବାକୁ ଉଦ୍ୟମ କରୁଛି ।
Views: 50











