The Ultimate Managed Hosting Platform
ADVERTISEMENT

ଅଗଷ୍ଟ ୨୩ ଜାତୀୟ ମହାକାଶ ଦିବସ

Facebook
Twitter
LinkedIn

ବାଙ୍ଗାଲୋର : ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ । ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା । ଆଜି ବିଦେଶରୁ ଫେରି ସିଧା ଇସ୍ରୋ ହିରୋଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଚନ୍ଦ୍ରଯାନ-୩ ମିଶନରେ ସମ୍ପୃକ୍ତ ବୈଜ୍ଞାନିକଙ୍କୁ ଭେଟି ପ୍ରଂଶସା କରିଥିଲେ। ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡାଇଲେ ମୋଦି ।
‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଭେଟିବେ ବୋଲି ପୂର୍ବରୁ ‘ଏକ୍ସ’ (ଟୁଇଟ୍) କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଥିଲେ: ବେଙ୍ଗାଲୁରୁରେ ଅବତରଣ କଲି। ଚନ୍ଦ୍ରଯାନ-୩କୁ ସଫଳ କରି ଭାରତକୁ ଗୌରବାନ୍ୱିତ କରିଥିବା ‘ଇସ୍ରୋ’ର ଅସାଧାରଣ ବୈଜ୍ଞାନିକମାନଙ୍କୁ ଭେଟିବାକୁ ଯିବି। ମହାକାଶ କ୍ଷେତ୍ରରେ ଆମ ଦେଶର କୃତିତ୍ୱର ସାମର୍ଥ୍ୟ ହେଉଛି ସେମାନଙ୍କର ପ୍ରତିବଦ୍ଧତା ଓ ଅଦମ୍ୟ ଆଗ୍ରହ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login