ପୁରୀ : ଅଖା ଭିତରେ ଯୁବତୀଙ୍କ ମୃତଦେହ । ପୁରୀ ଜିଲ୍ଲା କଣାସ ନୂଆଗାଁ ନିକଟ ଦୟା ନଦୀ କୂଳରୁ ଯୁବତୀଙ୍କ ମୃତଦେହ ମିଳିବା ପରେ ତନାଘନା ତଦନ୍ତ କରୁଛି ପୋଲିସ । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି ପୋଲିସ । ମୃତଦେହକୁ ଜବତ କରି ପୋଷ୍ଟମର୍ଚମ ପାଇଁ ପଠାଯାଇଛି । ଅଖା ଭିତରେ ହାତ ଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଲିଥିଲା । ଯୁବତୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମାତ୍ର ତାଙ୍କର କୌଣସି ପରିଚୟ ମିଳିପାରିନାହିଁ।
Views: 94